top of page

ସ୍ୱକଳ୍ପ ର ଲାଭ

୧୦୦ ଘଣ୍ଟାର ଉଦ୍ୟୋଗୀ ଦକ୍ଷତା ତାଲିମ

୧୦୦ ଘଣ୍ଟାର ଅନୁକୂଳ, ଇଣ୍ଟରାକ୍ଟିଭ୍ ଅଧିବେଶନ ଯାହା ସଫଳ ବ୍ୟବସାୟ ଉଦ୍ୟୋଗ ପାଇଁ ଶିଳ୍ପ-ନିର୍ଦ୍ଦିଷ୍ଟ ଜ୍ଞାନ କୌଶଳ ପ୍ରଦାନ କରେ। ଏହି କାର୍ଯ୍ୟକ୍ରମଟି ଅତ୍ୟାବଶ୍ୟକ ବିଷୟଗୁଡିକ ଅନ୍ତର୍ଭୁକ୍ତ କରେ ଯେପରିକି ବ୍ୟବସାୟ ଯୋଜନା, ମାର୍କେଟିଂ, ବିକ୍ରୟ, ଅର୍ଥ, କାର୍ଯ୍ୟ, ଏବଂ ନେତୃତ୍ୱ, ଯାହାକି ବର୍ତ୍ତମାନ ଉଦ୍ୟୋଗୀ ପର୍ଯ୍ୟାବରଣ ରେ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ତାଲିମ ଦିଆଯିବ।

୧୦,୦୦୦+ ପ୍ରାର୍ଥୀ ଅଂଶଗ୍ରହଣ

୧୦,୦୦୦ ରୁ ଅଧିକ ଉଚ୍ଚାଭିଳାଷୀ ବ୍ୟକ୍ତିବିଶେଷ, ୧୫-୪୫ ବର୍ଷ ବୟସ ମଧ୍ୟରେ ଏବଂ ବିଭିନ୍ନ କୌଶଳ ଅଧିକାରୀ ଏହି ସ୍ୱତନ୍ତ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମରେ ଭାଗ ନେବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ମନୋନୀତ ହେବେ।

୨୫% ମହିଳା ପ୍ରତିନିଧିତ୍ଵ

ଆମେ ଆମର ସମସ୍ତ ପ୍ରକ୍ରିୟାରେ GEDSI ଆଭିମୁଖ୍ୟକୁ ପାଳନ କରୁଅଛୁ ଏବଂ ପ୍ରତ୍ୟେକ ପର୍ଯ୍ୟାୟରେ ୨୫% ମହିଳା ପ୍ରତିନିଧିତ୍ୱ ପାଇଁ ଚେଷ୍ଟା କରୁଅଛୁ। ବିବିଧତା ଏବଂ ଅନ୍ତର୍ଭୂକ୍ତିକରଣକୁ ନେଇ ଆମର ପ୍ରତିବଦ୍ଧତା, ଆମର ଅଭିନବତା ଏବଂ ସଫଳତା ପାଇଁ ଏକ ପ୍ରେରଣା ଶକ୍ତି। 

୨୪ ସପ୍ତାହର ବୃତ୍ତିଗତ ମେଣ୍ଟରିଂ

ପ୍ରାର୍ଥୀ ମାନଙ୍କର ଦକ୍ଷତା, ନେଟୱାର୍କ ଏବଂ ଉଦ୍ୟୋଗୀ ଦକ୍ଷତା ବୃଦ୍ଧି ପାଇଁ ଅଭିଜ୍ଞ ବୃତ୍ତିଗତ ବୁଦ୍ଧିଜୀବୀ ମାନେ ୨୪ ସପ୍ତାହ ପାଇଁ ପରାମର୍ଶ ପ୍ରଦାନ କରିବେ। ଅଧିକ ଫଳପ୍ରଦ ହେବା ପାଇଁ ତଥା ବୃତ୍ତିଗତ ଅଭିବୃଦ୍ଧି ପାଇଁ ନିରନ୍ତର ବ୍ୟକ୍ତିଗତ ମତାମତ ର ମାଧ୍ୟମ ଯୋଗାଇଦିଆଯିବ।

୧,୦୦୦+ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠା

ଏହି ପ୍ରୋଗ୍ରାମ ମାଧ୍ୟମରେ ୧,୦୦୦+ ସଫଳ କ୍ଷୁଦ୍ର ବ୍ୟବସାୟ ଉଦ୍ୟୋଗ ପ୍ରତିଷ୍ଠା ହେବ ଯାହାକି ଭବିଷ୍ୟତ ପିଢି ପାଇଁ ପ୍ରେରଣା ଉତ୍ସ ହେବ। ଏହା ସେମାନଙ୍କର ପ୍ରତିଷ୍ଠାତାମାନଙ୍କର କଠିନ ପରିଶ୍ରମ ଏବଂ ଚତୁରତାର ଏକ ପ୍ରମାଣ ଭାବରେ କାର୍ଯ୍ୟ କରିବ ଏବଂ ସେମାନଙ୍କର ଦକ୍ଷତା ଆଗାମୀ ବର୍ଷ ପାଇଁ ଆଶାୟୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ମାର୍ଗ ଦର୍ଶାଇବ।

ପ୍ରୋଗ୍ରାମ ​ବିଷୟରେ ଅଧିକ ଜାଣନ୍ତୁ...

ପ୍ରାର୍ଥୀଙ୍କ ପାଖରେ
​ପହଁଚିଛୁ 

୧୯୦୨୨+

ପ୍ରାର୍ଥୀ ପଞ୍ଜୀକୃତ
​ହୋଇଛନ୍ତି

୧୧୫୩୦

ପ୍ରାର୍ଥୀ ପ୍ରମାଣିତ​
ହୋଇଛନ୍ତି

୧୦୧୯୯

୧୧୦୦

ପ୍ରାର୍ଥୀ ମେଣ୍ଟରିଂ
ଅଧୀନରେ ଅଛନ୍ତି
ବ୍ୟବସାୟ ପ୍ରତିଷ୍ଠାନ
ହେଉଅଛି

୪୧୨

Business Handshake

​ଆମର ମେଣ୍ଟର

ଆପଣଙ୍କ ଉଦ୍ୟୋଗୀ ଯାତ୍ରା ମାଧ୍ୟମରେ ଆପଣଙ୍କୁ ମାର୍ଗଦର୍ଶନ କରିବାକୁ ଏବଂ ଆପଣଙ୍କୁ ସଫଳ ହେବାରେ ସାହାଯ୍ୟ କରିବାକୁ ଅଭିଜ୍ଞ ବ୍ୟକ୍ତିବିଶେଷମାନଙ୍କୁ ପରାମର୍ଶଦାତା ଭାବରେ ଗ୍ରହଣ କରନ୍ତୁ |

ପ୍ରୋଗ୍ରାମ୍ ଲିଡ୍

Palladium Conslting India Pvt Ltd

ମିଳିତ ସହଯୋଗ

Learnet
DSC_8976.JPG
Sphere on Spiral Stairs

ମୁଁ ସ୍ୱକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତ୍ୟନ୍ତ ଖୁସି। ମୋର ପ୍ରଶିକ୍ଷକ ଏବଂ ମାର୍ଗଦର୍ଶକମାନଙ୍କ ଠାରୁ ଗଠନମୂଳକ ମତାମତ ମୋତେ ଏକ ନିର୍ବାହୀ ଯୋଜନାରେ ମୋର ଆଇଡିଆ ଗଠନ କରିବାରେ ସାହାଯ୍ୟ କରିଛି। ବ୍ୟବସାୟ ପିଚ୍ ପ୍ରତିଯୋଗିତା ସମୟରେ ମୋ ଇଛା କୁ ବଜାୟ ରଖିବା ପାଇଁ ଜୁରିଙ୍କ ମତାମତ ମୋ ପାଇଁ ଅତ୍ୟନ୍ତ ସହାୟକ ହୋଇଥିଲା |

WhatsApp Image 2024-02-03 at 12.18_edited.jpg

ୱାଇ ସନ୍ତୋଷୀ
(ପ୍ରତିଷ୍ଠାତା, ଶ୍ରୀ ବିୟୁଟି ପାର୍ଲର)

WhatsApp Image 2024-02-03 at 12.29_edited.jpg

ମୁଁ ସବୁବେଳେ ମୋର ନିଜ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖିଥିଲି। ସ୍ୱକଳ୍ପ ମୋତେ ପ୍ରଥମ ପଦକ୍ଷେପ ନେବାକୁ ଆତ୍ମବିଶ୍ୱାସ ହାସଲ କରିବାରେ ସାହାଯ୍ୟ କରିଅଛି ଏବଂ ମୋର ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାକୁ ମୋତେ ଭଲ ଭାବରେ ସମର୍ଥନ କରିଅଛି।

Chinmayee Das
(Founder, Art Paradise)

DSC_9668_edited.jpg

ଶୁଭଲକ୍ଷ୍ମୀ ଦାସ
(ପ୍ରତିଷ୍ଠାତା, ଶୁଭ ଷ୍ଟିଚିଂଗ୍ ସଲ୍ୟୁସନ୍)

ବ୍ୟବସାୟ ଆରମ୍ଭ କରିବା ବିଷୟରେ ଏକ ଗଠନମୂଳକ ଧାରଣା ପାଇବାରେ ସ୍ୱକଳ୍ପ ମୋତେ ସାହାଯ୍ୟ କରିଥିଲା। ମୁଁ ମୋର ବ୍ୟବସାୟ ପାଇଁ ମୋର ଧାରଣା ଏବଂ ଆର୍ଥିକ ଆଭିମୁଖ୍ୟକୁ ତୀକ୍ଷ୍ଣ କରିବାରେ ସକ୍ଷମ ହେଲି |

WhatsApp Image 2023-10-20 at 15.59_edited.jpg

ବିକାଶ ସାହୁ
(ପ୍ରତିଷ୍ଠାତା, ମିଷ୍ଟର ମ୍ୟାନେଜର)

ସ୍ୱକଳ୍ପ ମୋତେ ଜଣେ ଉଦ୍ୟୋଗୀ ହେବାର ବିଭିନ୍ନ ଉପାଦାନ ଉପରେ ଦୃଷ୍ଟିକୋଣ ହାସଲ କରିବାରେ ସାହାଯ୍ୟ କଲେ। ଯଦିଓ ମୁଁ ମୋର କାର୍ଯ୍ୟ ଏବଂ ଶିଳ୍ପ ଜାଣେ, ଏହି କାର୍ଯ୍ୟକ୍ରମ ମୋତେ ମୋର ନେତୃତ୍ୱ ଦକ୍ଷତାକୁ ମାର୍ଜିତ କରିବାରେ ସାହାଯ୍ୟ କଲା ଏବଂ ମୋର ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା।

Copy of OLS_1270_edited_edited.jpg

ମୋନାଲିସା ସାହୁ
(ପ୍ରତିଷ୍ଠାତା, ବେଟର୍ ହାଫ୍)

ମୁଁ ଉତ୍ସାହିତ ଏବଂ ଖୁସି ଯେ ବର୍ତ୍ତମାନ ମୁଁ ମୋର ପ୍ରଡ଼କ୍ଟ ଉପରେ ଆତ୍ମବିଶ୍ୱାସ ସହିତ ବଜାରକୁ ଯାଇପାରିବି। ଭବିଷ୍ୟତରେ ମୁଁ ନିଜକୁ ଜଣେ ସଫଳ ଉଦ୍ୟୋଗୀ ବୋଲି କଳ୍ପନା କରିପାରିବି।

ଗ୍ୟାଲେରୀ

ପରିଦର୍ଶକଙ୍କ ସଂଖ୍ୟା

© Copyright
bottom of page